ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ; ପୃଥକ ଫାଶୀ ଦିଆଯାଇ ପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ସପ୍ତାହେ ମହଲତ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦୋଷୀମାନଙ୍କୁ ପୃଥକ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ୭ ଦିନ ମଧ୍ୟରେ ଦୋଷୀମାନେ ସେମାନଙ୍କ ପାଇଁ ରହିଥିବା ଆଇନଗତ ବିକଳ୍ପକୁ ଉପଯୋଗ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ଗୋଟିଏ ପରେ ଗୋଟିଏ ଚାଲ୍‌ କରୁଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ୨ ଥର ଫାଶୀ ତାରିଖ ଘୁଞ୍ଚାଯାଇ ସାରିଲାଣି। ତେଣୁ ଦୋଷୀମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବାକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏବଂ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ଖାରଜ କରି ଉପରୋକ୍ତ ରାୟ ଦେଇଛନ୍ତି।

Comments are closed.