ଦିଲ୍ଲୀରେ ପୁଣି ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା

0

ନୂଆଦିଲ୍ଲୀ: ଆଗାମୀ ଶୀତ ଋତୁରେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବ। ତେଣୁ ଏହାକୁ ରୋକିବା ଲାଗି ଦିଲ୍ଲୀ ସରକାର ପୁଣି ଥରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ନଭେମ୍ବର ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ରାଜଧାନୀ ରାସ୍ତାରେ ଗୋଟିଏ ଦିନ ଯୁଗ୍ମ ସଂଖ୍ୟା ବିଶିଷ୍ଟ ଗାଡ଼ି ଚାଲିବ ଏବଂ ଆଉ ଗୋଟିଏ ଦିନ ଅଯୁଗ୍ମ ସଂଖ୍ୟା ବିଶିଷ୍ଟ ଗାଡ଼ି ଚଳାଚଳ କରିବ।  ଏହା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି ଅନେକ ଘୋଷଣା କରିଛନ୍ତି। ରାଜଧାନୀରେ ପ୍ରଦୂଷଣ ମାତ୍ରା କମାଇବାକୁ କେଜ୍ରିୱାଲ ୭ଟି ଆକ୍ସନ ପ୍ଲାନ ସର୍ମ୍ପକରେ ସୂଚନା ଦେଇଛନ୍ତି।

ଦିପାବଳୀ ସମୟରେ ପ୍ରଦୂଷଣ ବୃଦ୍ଧି ପାଇବ। ତେଣୁ ସରକାର ଦିପାବଳୀରେ ଏକ ବଡ଼ ଲେଜର ଶୋ ଆୟୋଜନ କରିବେ। ଏଥିରେ କୌଣସି ପ୍ରବେଶ ଶୁଳ୍କ ରହିବ ନାହିଁ। ଲୋକେ ମାଗଣାରେ ଲେଜର ଶୋ’ ଦେଖିପାରିବେ। ଫଳରେ ଦିପାବଳୀ ଦିନ ଲୋକମାନେ କମ୍‌ ବାଣ ଫୁଟାଇବେ ବୋଲି କେଜ୍ରିୱାଲ ଆଶା କରିଛନ୍ତି। ଏହା ସହିତ ବାଣ ନ ଫୁଟାଇବାକୁ ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ସରକାର ଲୋକଙ୍କୁ ମାସ୍କ ବଣ୍ଟନ କରିବେ। ଆବର୍ଜନା ପୋଡ଼ିବା ଉପରେ ମଧ୍ୟରେ ରୋକ ଲଗାଯିବ। ସେହିପରି ରାସ୍ତାଘାଟରେ ଧୂଳିକୁ ନିୟନ୍ତ୍ରିତ କରିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଗଛ ଲଗାଇବାକୁ ଲୋକଙ୍କୁ ଆହ୍ବାନ କରାଯିବ।

Leave A Reply