କେଜରିୱାଲ ସରକାରଙ୍କ ବଡ ନିଷ୍ପତ୍ତି : ଦିଲ୍ଲୀର ହସ୍ପିଟାଲରେ ହେବ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା

ନୂଆଦିଲ୍ଲୀ : ମହାମାରୀ କରୋନା ସମଗ୍ର ବିଶ୍ଵରେ କାୟା ବିସ୍ତାର କରିଚାଲିଛି । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଭାରତ ବର୍ତ୍ତମାନ ବିଶ୍ଵ କରୋନା ତାଲିକାରେ ପଞ୍ଚମ ସ୍ଥାନରେ ରହିଛି  । ଏହାରି ମଧ୍ୟର ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମିତଙ୍କୁ ଦେଖି ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର କେଜରିୱାଲ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଦିଲ୍ଲୀର ହସ୍ପିଟାଲରେ କେଳବ ଦିଲ୍ଲୀବାସୀଙ୍କର ଚିକିତ୍ସା ହୋଇପାରିବ ।

ସୂଚନାଅନୁସାରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ପାଞ୍ଚ ଜଣିଆ ଟିମ୍ ଗଠନ କରିଥିଲେ । ଡ. ମହେଶ ବର୍ମାଙ୍କ ନେତୃତ୍ଵାଧିନ ଏହି କମିଟି ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ  ଦିଲ୍ଲୀର ମେଡିକାଲରେ ଉପଲବ୍ଧଥିବା ମେଡିକାଲ ବେଡ ଏବଂ ଅନ୍ୟାନ ସୁବିଧା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ଟିମ୍ କେଜରିୱାଲ ସରକାରଙ୍କ ପାଖରେ ଶନିବାର ତାଙ୍କ ରିପୋର୍ଟ ଦାଖଲ କରିଥିଲେ ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀର ସ୍ୱାସ୍ଥ୍ୟ ଭିତ୍ତିଭୂମି କେବଳ ଦିଲ୍ଲୀର ଲୋକଙ୍କ ପାଇଁ ବ୍ୟବହାର ହେଉ । ଯଦି ବାହର ଲୋକଙ୍କ ପାଇଁ ଦିଲ୍ଲୀର ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ଖୋଲାଯିବ ତେବେ ମାତ୍ର ୩ ଦିନ ମଧ୍ୟରେ ସମସ୍ତ ମେଡିକାଲର ବେଡ ପୂରଣ ହୋଇଯିବ । ଡ. ମହେଶ ବର୍ମାଙ୍କ ରିପୋର୍ଟ ପାଇବା ପରେ ଆଜି ଦିନ ୧୧ଟା ୩୦ରେ ଦିଲ୍ଲୀ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଭିଡିଓ ସମ୍ମିଳନୀ କରି ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଦିଲ୍ଲୀ ସରକାର ନେଇଥିବା ନିଷ୍ପତ୍ତି ମଧ୍ୟରେ

  • ଆସନ୍ତାକାଲିଠୁ ଦିଲ୍ଲୀରେ ରେଷ୍ଟୁରାଣ୍ଟ, ମଲ୍ ଏବଂ ଧାର୍ମିକ ସ୍ଥାନ ଖୋଲାଯିବ । ଏହି ସବୁସ୍ଥାନରେ କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ପାଳନ କରାଯିବ ।
  • ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀରେ ହୋଟେଲ ଖୋଲାଯିବ ନାହିଁ । କରୋନା ସଂକ୍ରମଣ ବଢୁଥିବା କାରଣରୁ ଆଗକୁ ହୋଟେଲ ଗୁଡିକୁ ମେଡିକାଲରେ ପରିଣତ କରାଯାଇ ପାରେ ଏଣୁ ବର୍ତ୍ତମାନ ହୋଟେଲ ଖୋଲିବ ନାହିଁ ।
  • ଦିଲ୍ଲୀର ବୟସ୍କ ବ୍ୟକ୍ତି ମାନଙ୍କୁ ମଧ୍ୟ ସତର୍କ ରହିବାକୁ ନିବେଦନ କରାଯାଇଛି । ଏଥି ସହିତ ଘରକୁ ଆସୁଥିବା କୌଣସି ବ୍ୟକ୍ତି କିମ୍ବା ଘରେ ଥିବା କୌଣସି ବ୍ୟକ୍ତିଙ୍କ ସହ ଯେପରି ନ ମିଶନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି ।
  • ସୋମବାର ଠାରୁ ସମସ୍ତ ପ୍ରକାର ଗମନାଗମନ ପାଇଁ ଦିଲ୍ଲୀ ସୀମା ଖୋଲି ଦିଆଯିବ ।
  • ଦିଲ୍ଲୀର ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ କେବଳ ଦିଲ୍ଲୀ ବାସୀଙ୍କର ଚିକିତ୍ସା ହେବ ।
  • କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଡାକ୍ତରଖାନାରେ ସମସ୍ତ ରୋଗୀଙ୍କର ପୂର୍ବପରି ଚିକିତ୍ସା ହୋଇପାରିବ ।
  • ଦିଲ୍ଲୀର କିଛି ଘରୋଇ ହସ୍ପିଟାଲ ଯାହାକି ଅଙ୍କୋଲଜି ସର୍ଜରି ଟ୍ରାନ୍‌ସପ୍ଲାଣ୍ଟେସନ୍ ଆଦି ବିଶେଷ ସର୍ଜରୀ ସେବା ଯୋଗାଉଥାନ୍ତି । ସେହି ହସ୍ପିଟାଲରେ ଦେଶର ସମସ୍ତ ଅଞ୍ଚଳର ଲୋକଙ୍କ ପାଇଁ ଖୋଲା ରହିବ ।

Comments are closed.