ମହିଳାଙ୍କୁ ମେଟ୍ରୋ ଓ ବସ୍‌ରେ ମାଗଣା ଯାତ୍ରା ଲାଗି କେଜରିୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭୋଟରଙ୍କ ମନ ଜିଣିବାକୁ ନୂଆ ପ୍ରସ୍ତାବ ଆଗତ କରିଛନ୍ତି। ନୂଆ ପ୍ରସ୍ତାବରେ କେଜରିୱାଲ ରାଜଧାନୀ ଦିଲ୍ଲୀରେ ମହିଳାଙ୍କୁ ମେଟ୍ରୋ ଟ୍ରେନ ଓ ବସ୍‌ରେ ମାଗଣା ଯାତ୍ରା ସୁବିଧା ଲାଗି କହିଛନ୍ତି। ମେଟ୍ରୋ ଓ ବସ୍‌ରେ ମାଗଣା ଯାତ୍ରା ସୁବିଧା ଦ୍ବାରା ମହିଳାମାନେ ସରକାରୀ ପରିବହନକୁ ଆପଣାଇବେ। ଏହାଦ୍ବାରା ମହିଳାଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ। ଦିଲ୍ଲୀ ସରକାର ଅଧିକାରୀ କହିଛନ୍ତି ଯେ ପରିବହନ ମନ୍ତ୍ରୀ କୈଳାସ ଗେହେଲଟ ଏ ପ୍ରସଙ୍ଗରେ ଆଲୋଚନା ଚଳାଇଥିବା ଜଣାଯାଇଛି। ଦିଲ୍ଲୀ ମେଟ୍ରୋ ରେଳରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ୫୦% ଲେଖାଏଁ ଅଂଶଧନ ରହିଛି।

Comments are closed.