ବିପଦ ସଙ୍କେତ ଉପରେ ଯୁମୁନା ନଦୀ ପ୍ରବାହିତ. ଦିଲ୍ଲୀରେ ସତର୍କ ସୂଚନା ଜାରି

0

ଦିଲ୍ଲୀ: ଦିଲ୍ଲୀ ନିକଟରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାପରେ ଦିଲ୍ଲୀ ସରକାର ସତର୍କ ସୂଚନା ଜାରି କରିଛନ୍ତି । ହରିୟାଣାରେ ଯମୁନା ଉପରେ କରାଯାଇଥିବା ହାଥିନକୁଣ୍ଡ ବ୍ୟାରେଜରୁ ୩ ଲକ୍ଷ କ୍ୟୁସେକ୍ ପାଣି ଛଡା ଯାଇଛି । ଏହାପରେ ଯମୁନାରେ ବଢି ଆସିଛି । ଯମୁନାର ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ଦିଲ୍ଲୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ସତର୍କତା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ଜୀବନରକ୍ଷା କାରୀ ନୌକାକୁ ପ୍ରସ୍ତୁତ କରି ରଖାଯାଇଛି । ଉତ୍ତର ଦିଲ୍ଲୀରେ ବିଭିନ୍ନ ବସ୍ତିମାନଙ୍କରେ ବଢି ପାଣି ପ୍ରବେଶ କରିଛି । ଜଳ ସ୍ତର ବଢିଲେ ୧୫ରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply