ଦିଲ୍ଲୀର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ; କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଇନଦରଲୋକ୍‍ ର ଶାହଜାଦା ବାଗ ଅଞ୍ଚଳରେରେ ସ୍ଥିତ ଏକ ବହୁ ମହଲା ବିଶିଷ୍ଟ ପ୍ଲାଷ୍ଟିକ କାରଖାନାରେ ଶନିବାର ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁ ଲାଗିବା ମାତ୍ରେ ତୁରନ୍ତ ଏହା ବିଷୟରେ ଦମକଳ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଏକ ବହୁ ମହଲା ବିଶିଷ୍ଟ ପ୍ଲାଷ୍ଟିକ କାରଖାନାରେ ହଠାତ ନିଆଁ ଲାଗିଯାଇଥିଲା।

Comments
Loading...