ଦିଲ୍ଲୀର ବୁଦ୍ଧବିହାରରେ ଅଗ୍ନିକାଣ୍ଡ ; ପୋଡି ହୋଇ ୪ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ ଅଗ୍ନିକାଣ୍ଡ ଜନିତ ଅନେକ ଘଟଣା ସାମ୍ନାକୁ ଆସିଛି। ବୁଦ୍ଧବିହାର ଅଞ୍ଚଳରେ ସ୍ଥିତ ଗୋଟିଏ ଘରେ ଶନିବାର ସକାଳ ୬ ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମକଳ କର୍ମଚାରୀଙ୍କ ସମେତ ୩ ରୁ ୪ ଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିବାର ବହୁ ସମୟ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

Comments are closed.