ଆଇପିଏଲ୍ ୨୦୧୯ରେ ବଡ ପରିବର୍ତ୍ତନ : ନୂଆ ନାମରେ ନଜର ଆସିବ ଦିଲ୍ଲୀ ଡେୟାରଡେଭିଲସ୍‍

0

ନୂଆଦିଲ୍ଳୀ : ୨୦୧୯ଆଇପିଏଲ ପାଇଁ ଦିଲ୍ଲୀ ଡେୟାରଡେଭିଲସ୍‍ର ନାମକୁ ପାରିବର୍ତ୍ତନ କରାଯାଇଛି। ଏହାର ନାମକୁ ପରିବର୍ତ୍ତନ କରି ଦିଲ୍ଲୀ କ୍ୟାପିଟାଲସ୍‍ ରଖାଯାଇଛି। ମଙ୍ଗଳବାର ଦିଲ୍ଲୀରେ ଆୟାଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱାମୀ ଜିଏମ୍‍ଆର ଗ୍ରୁପ ଏବଂ ଜେଏସ୍‍ଡବ୍ଲୁ ସ୍ପୋଷ୍ଟ୍‍ସ ଦଳର ନାମ ପରିବର୍ତ୍ତନ କରାଯାଇଥିବା ଘୋଷଣା କରିଛି। ଦିଲ୍ଲୀ କ୍ୟାପିଟାଲସ୍‍ର ଅଧିକାରୀ ଦଳର ନାମ ପରିବର୍ତ୍ତନକୁ ନେଇ କହିଛନ୍ତି- ଦିଲ୍ଲୀ ଆମ ଦେଶର ରାଜଧାନୀ ତେଣୁ ଆମେ ନିଷ୍ପତ୍ତି ନେଲୁ କି ଏବେ ଦଳର ନାମ ଦିଲ୍ଲୀ କ୍ୟାପିଟାଲ୍ସ ରଖାଯିିବ। ଏହି ଦଳ ଏପର୍ଯ୍ୟନ୍ତ ଆଇପିଏଲ୍‍ର କୌଣସି ସଂସ୍ମରଣର ବିଜେତା ହୋଇପାରି ନାହିଁ।

Leave A Reply