ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ : ରାହୁଲଙ୍କ ନାମରେ ମୋକଦ୍ଦମା ରୁଜ୍ଜୁ କରାଯାଇପାରିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ନାମରେ ମୋକଦ୍ଦମା ରୁଜ୍ଜୁ କରାଯାଇପାରିବ ବୋଲି ପୁଲିସ କହିଛି । ତେବେ ତାଙ୍କ ବିରୁଦ୍ଧରେ ଏଫ୍‍ଆଇଆର୍‍ ରୁଜ୍ଜୁ କରାଯିବାକୁ ଲୋଡ଼ି ହୋଇଥିବା ଏକ ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ଜୁନ୍‍ ୭ ତାରିଖକୁ ରାୟ ସଂରକ୍ଷିତ ରଖିଛନ୍ତି।

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ ସମର ବିଶାଲ୍‍, ଆଇନଜୀବୀ ଯୋଗେନ୍ଦ୍ର ତୁଲୀଙ୍କଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ରାୟ ଘୋଷଣାକୁ ଜୁନ୍‍ ୭ ତାରିଖକୁ ସଂରକ୍ଷିତ ରଖିଛନ୍ତି ଶ୍ରୀ ଗାନ୍ଧି ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ସେ ଅଭିଯୋଗ କରିଥିଲେ । ତାଙ୍କ ବିରୁଦ୍ଧରେ ଏଫ୍‍ଆଇଆର୍‍ ରୁଜ୍ଜୁ ପାଇଁ ନିବେଦନ କରି ପୁଲିସ୍‍ ଗତ ୧୫ ତାରିଖରେ କୋର୍ଟରେ ଏକ କ୍ରିୟାନୁଷ୍ଠାନ ରିପୋର୍ଟ କୋର୍ଟରେ ଦାଖଲ କରିଛି ।

Comments are closed.