ଥରୁରଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶୀ ଥରୁରଙ୍କୁ ସ୍ଥାନୀୟ ସ୍ବତନ୍ତ୍ର ଅଦାଲତ ବିଦେଶ ଯିବା ପାଇଁ ଅନୁମତି ଦେଇଛି। ବିଚାରପତି ଅରୁଣ ଭରଦ୍ବାଜ ମେ ୫ରୁ ୨୦ ମଧ୍ୟରେ ଥରୁର ଆମେରିକା ଯାଇପାରିବେ ବୋଲି ଅନୁମତି ଦେଇଛନ୍ତି। ଥରୁର ଉପରୋକ୍ତ ସମୟରେ ଆମେରିକାରେ କିଛି ଜରୁରୀ କାର୍ଯ୍ୟରେ ଯୋଗଦେବା ପାଇଁ ଅଦାଲତର ଅନୁମତି ଲୋଡ଼ିଥିଲେ। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ନେଇ ଥରୁରଙ୍କୁ ଜାମିନ ପ୍ରଦାନବେଳେ ତାଙ୍କର ବିଦେଶ ଗସ୍ତ ଉପରେ ଅଦାଲତ କଟକଣା ଲାଗୁ କରିଥିଲେ।

Comments are closed.