ରାଜଧାନୀରେ ୨୧ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ଆଉ ୨୧ ହଜାର ୨୫୯ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୩ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଏହି ପଜିଟିଭିଟି ହାର ୨୫.୬୫କୁ ବୃଦ୍ଧି ପାଇଛି । ଗତ ମେ’ ମାସର ୫ତାରିଖର ସଂକ୍ରମଣଠୁ ବି ବଢ଼ିଛି କରୋନା ସଂକ୍ରମଣ । ତେବେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ମୋଟ୍‍ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୭୪,୮୮୧କୁ ବୃଦ୍ଧି ପାଇଛି । ଯାହାକି ଗତ ଅଠମାସ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀ ସମେତ ସାରା ଦେଶରେ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି ।

Comments are closed.