୨୨ ହଜାର ଟପିଲା ଦିଲ୍ଲୀର ଦୈନିକ କରୋନା ମାମଲା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ୨୨ ହଜାର ଟପିଲା ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ନୂଆଦିଲ୍ଲୀରୁ ଚିହ୍ନଟ ହେଲେ ୨୨ହଜାର ୭୫୧ ପଜିଟିଭ୍‍ । ଏଥିସହ ପଜିଟିଭିଟି ହାର ୨୨,୫୩ ପ୍ରତିଶତ ରହିଛି । ସେହିପରି ୧୭ ଜଣଙ୍କ ଜୀବନ ନେଇଛି ମାହାମାରୀ କରୋନା ଭୂତାଣୁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଟେଷ୍ଟିଂ ଓ ଟିକାକରଣକୁ ଜୋରଦାର କରୁଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଦିଲ୍ଲୀରେ ମଧ୍ୟ ଓମିକ୍ରନ ଭୂତାଣୁ ତାର କାୟା ମେଲାଉଛି ।

Comments are closed.