ଦିଲ୍ଲୀରୁ ହଟିବ ସପ୍ତାହାନ୍ତ ସଟଡାଉନ କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କମୁଛି କରୋନା ସଂକ୍ରମଣ । ଗତ କିଛିଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ କିଛି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ସପ୍ତାହାନ୍ତ ସଟଡାଉନ୍‍ ହଟାଇବା ସହ କିଛି କଟକଣା କୋହଳ କରିବାକୁ କହିଛନ୍ତି । ଏନେଇ କେଜିରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି କି ସପ୍ତାହାନ୍ତ ସଟଡାଉନ୍‍ ହଟାଇବା ସହ ୫୦ ପ୍ରତିଶତ କ୍ଷମତାରେ ଘରୋଇ କାର୍ଯ୍ୟାଳୟ ଖୋଲିବାକୁ କହିଛନ୍ତି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଥିବାରୁ ସପ୍ତାହାନ୍ତ ସଟଡାଉନ୍‍ ସହ କର୍ଫ୍ୟୁ ଲଗାଯାଇଥିଲା । ଫଳରେ ବ୍ୟବସାୟୀମାନେ ନାହିଁ ନଥିବାର ହଇରାଣ ହେଉଥିଲେ ।

Comments are closed.