ଚନ୍ଦ୍ରବାବୁ-କେଜରିୱାଲ-ଶରଦ ଆଲୋଚନା

0

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଶନିବାର ଏଠାରେ ଆମ୍‍ ଆଦମି ପାର୍ଟି ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀର ଆନ୍ଧ୍ରପ୍ରଦେଶ ଭବନଠାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜାତୀୟ ରାଜନୀତି ପ୍ରସଙ୍ଗ ଆଲୋଚନା ସମୟରେ ଲୋକତାନ୍ତ୍ରିକ ଜନତା ଦଳ(ଏଲ୍‍ଜେଡି) ମୁଖ୍ୟ ଶରଦ ଯାଦବ ଉପସ୍ଥିତ ଥିଲେ। ଦିଲ୍ଲୀ ଗସ୍ତ ଅବସରରେ ଚନ୍ଦ୍ରବାବୁ ବାମପନ୍ଥୀ ଦଳର ନେତା ଓ ଅନ୍ୟ ଅଣ-ଏନ୍‍ଡିଏ ଦଳର ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଚନ୍ଦ୍ରବାବୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର କଡ଼ା ସମାଲୋଚନା କରିଥିଲେ। ଆନ୍ଧ୍ରପ୍ରଦେଶକୁ ଧ୍ୱଂସ କରିଦେବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିବା ସହ ଏଥିପାଇଁ ଦଳ ବିପୁଳ କ୍ଷତି ସହିବ ବୋଲି ନାଇଡୁ ଚେତାଇ ଦେଇଥିଲେ। ବିଶାଖାପାଟଣା ବିମାନବନ୍ଦରରେ ୱାଇଏସ୍‍ଆର କଂଗ୍ରେସ ନେତା ଜଗନ୍‍ମୋହନ୍‍ ରେଡ୍ଡିଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ।

Leave A Reply