ଦିଲ୍ଲୀରେ ଦେଶର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ଦେଶର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ରାଜଧାନୀର ‘ଇନ୍‌ଷ୍ଟିଚ୍ୟୁଟ ଅଫ ଲିଭର ଆଣ୍ଡ ବିଲିଆରି ସାଇ​ନସେସ‌’ (ଆଇଏଲବିଏସ୍‌) ପରିସରରେ ଏହି ବ୍ୟାଙ୍କ ପ୍ରତିଷ୍ଠା ହୋଇଛି। କରୋନା ରୋଗୀଙ୍କ ଚିକିତ୍ସାରେ ଏହା ସର୍ବାଧିକ ଉପଯୋଗୀ ହେବ ବୋଲି ଆଶା ପ୍ରକଟ କରିବା ସହ ସେ ଏଥିପାଇଁ ରକ୍ତଦାନ କରିଛନ୍ତି। ଅନ୍ୟମାନେ ଏହି ବ୍ୟାଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ପ୍ଲାଜ୍‌ମା ବ୍ୟାଙ୍କ ପାଇଁ ୧୮ରୁ ୬୦ବର୍ଷ ମଧ୍ୟରେ ଯେ କୌଣସି ସୁସ୍ଥ ବ୍ୟକ୍ତି ରକ୍ତଦାନ କରିପାରିବେ ବୋଲି ସେ କହିଛନ୍ତି। ଏଥିପାଇଁ ସେ ସ୍ବତନ୍ତ୍ର ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି। ଗୁରୁତର କରୋନା ​‌େ​‌ରାଗୀଙ୍କ ଚିକିତ୍ସାରେ ପ୍ଲାଜ୍‌ମା ଚିକିତ୍ସା ସଫଳତା ଦେଉଛି। ମହରାଷ୍ଟ୍ର ସରକାର ୧୬କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟବରାଦ ସହିତ ‘ପ୍ରୋଜେକ୍ଟ ପ୍ଳାଟିନା’ ନାଁରେ ପ୍ଲାଜ୍‌ମା ଚିକିତ୍ସା ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି।

Comments are closed.