ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ବଦଳି

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କର ବଦଳି ହୋଇଛି। କେନ୍ଦ୍ର ସରକାର ତାଙ୍କୁ ଟେଲିକମ୍ୟୁନିକେସନ୍‍ (ଟେଲି ଯୋଗାଯୋଗ) ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଶନିବାର ଏ ସଂକାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆମ୍‍ ଆଦ୍‍ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ କିଛି ବିଧାୟକଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣି ସେ ଚର୍ଚ୍ଚାରେ ରହିଆସିଥିଲେ। ଅଂଶୁ ପ୍ରକାଶଙ୍କ ସ୍ଥାନରେ କାହାରି ନାମ ଚୂଡ଼ାନ୍ତ ହୋଇ ନାହିଁ।

Leave A Reply