ସଂସଦ ଆଗରେ ବିକ୍ଷୋଭ କରିବ ବିଜେଡି; ଜାନୁୟାରୀ ୬ରେ ଦିଲ୍ଲୀ ଚଲୋ ଡ଼ାକରା

0

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ସୋମବାର ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରିଛି। ଚାଷୀର ପ୍ରାପ୍ୟ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିଜେଡି ଦିଲ୍ଲୀ ଚଲୋ ଡ଼ାକରା ଦେଇଛି । ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ କୃଷକଙ୍କ ସ୍ବାର୍ଥ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ସ୍ୱାମୀନାଥନ କମିଶନଙ୍କ ରିପୋର୍ଟକୁ କାର୍ୟ୍ୟକାରୀ କରୁନାହାନ୍ତି । ମୋଦୀ ସରକାର ଚାଷୀକୂଳ ପ୍ରତି ବିଶ୍ୱାସ ଘାତକତା କରିଛନ୍ତି ବୋଲି ପ୍ରସନ୍ନ ଆଚାର୍ୟ୍ୟ ଅଭିଯୋଗ ଆଣିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆସନ୍ତା ଜାନୁୟାରୀ ୮ରେ ସଂସଦ ଭବନ ଆଗରେ ବିଜେଡି ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି । ଆସନ୍ତା ଜାନୁୟାରୀ ୬ରେ ବିଜେଡି ନେତା ଓ କର୍ମୀ ମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିବେ ବୋଲି ଶ୍ରୀ ଆଚାର୍ୟ୍ୟ ସୂଚନା ଦେଇଛନ୍ତି।

Leave A Reply