ବୁମରା ଓ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବଇ ଆଗରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ  : ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫ୍‌ ପାଇଁ ଗୁରୁତ୍ଵପୂର୍ଣ୍ଣ ଥିବା ମ୍ୟାଚ୍‌ରେ ବିପକ୍ଷ ମୁମ୍ବଇ ଇଣ୍ଡିଆନ୍ସକୁ ୧୧୧ ରନର ସହଜ ବିଜୟ ଲକ୍ଷ୍ୟ ଦେଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୦ ରନ୍ କରିବାରୁ ମୁମ୍ବଇ ଆଗରେ ମାତ୍ର ୧୧୧ ରନର ଟାର୍ଗେଟ ରହିଛି। ମୁମ୍ବଇ ପକ୍ଷରୁ ବୁମ୍ରା ୪ ଓଭର୍‌ରେ ୧୭ ରନ୍‌ ଦେଇ ୩ଟି ଓ ବୋଲ୍ଟ ମଧ୍ୟ ୪ ଓଭର୍‌ରେ ୨୧ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି।

ଶ୍ରେୟସ ଆୟାରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୨ଟି ମ୍ୟାଚରୁ ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ଦଳ ସନରାଇଜର୍ସ ହାଇଦରାବାଦ ନିକଟରୁ ପରାଜିତ ହୋଇଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ପ୍ଳେ ଅଫକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବା ବେଳେ ମାତ୍ର ୧୧୦ ରନ୍ ଦିଲ୍ଲୀ ପାଇଁ ଅଡୁଆ ସୃଷ୍ଟି କରିଥିଲେ ମଧ୍ୟ ସୁଯୋଗ ରହିଛି। କାରଣ ଦିଲ୍ଲୀ ପାଖରେ ରାବାଡା ଓ ଅଶ୍ବନୀଙ୍କ ପରି ଦକ୍ଷ ବୋଲର ରହିଛନ୍ତି ।ଏହି ମ୍ୟାଚ୍‌ ହାରିଲେ ଦିଲ୍ଲୀ ପାଇଁ ପ୍ଲେଅଫ୍‌ରେ ପ୍ରବେଶ କରିବା ମୁସ୍କିଲ ହୋଇଯିବ।

Comments are closed.