ଇଶାନ କିସାନଙ୍କ ଦମଦାର୍‌ ବ୍ୟାଟିଂ : ଦିଲ୍ଲୀ ବିପକ୍ଷରେ ମୁମ୍ବଇର ସହଜ ବିଜୟ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୯ ୱିକେଟରେ ସହଜ ବିଜୟ ଲାଭ କରିଛି ମୁମ୍ବଇ ଇଣ୍ଡିଆନ୍ସ। ଦିଲ୍ଲୀ କ୍ୟାପିଟାଲ୍ସର ୧୧୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଳାଇଥିବା ମୁମ୍ବଇ ଇଣ୍ଡିଆନ୍ସ, ଇଶାନ କିଶାନଙ୍କ ଦମଦାର ୭୨ ରନ ବଳରେ ମାତ୍ର ଗୋଟିଏ ୱିକେଟ ହରାଇ ଏକ ସହଜ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୨୦ ଓଭରରେ ମାତ୍ର ୧୧୦ ରନ କରିଥିଲା। ମୁମ୍ବଇ ପକ୍ଷରୁ ବୁମ୍ରା ୪ ଓଭର୍‌ରେ ୧୭ ରନ୍‌ ଦେଇ ୩ଟି ଓ ବୋଲ୍ଟ ମଧ୍ୟ ୪ ଓଭର୍‌ରେ ୨୧ ରନ୍‌ ଦେଇ ୩ଟି ୱିକେଟ ନେଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସର ୧୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ମୁମ୍ବଇ ଇଣ୍ଡିଆନ୍ସର ଦୁଇ ଓପନର ଇଶାନ କିଶାନ ଏବଂ ଡି କକ୍‌ ପଡିଆକୁ ଓହ୍ଳାଇଥିଲେ । ପ୍ରଥମରୁ ଏକ ଭଲ ଆରମ୍ଭ କରିଥିଲେ ଏହି ଦୁଇ ଓପନର । ଦଳିୟ ସ୍କୋର ୬୮ ରନ୍ ଥିବା ବେଳେ ଡି କକ୍‌ ୨୬ ରନ କରି ଆଉଟ ହୋଇଥିଲେ । କିନ୍ତୁ ଇଶାନ କିଶାନ ଓ ସୂର୍ଯ୍ୟ କୁମାର ଯାଦବଙ୍କ ଯୋଡି ମୁମ୍ବଇକୁ ଏକ ସହଜ ବିଜୟ ଦେଇଥିଲେ। ଇଶାନ କିଶାନ ୪୭ ବଲରୁ ୭୨ ରନ କରିଥିଲେ। ଏହି ପାଳିରେ ଇଶାନ ୮ ଟି ଚୌକା ଓ ୩ଟି ଛକା ମାରିଥିଲେ।ସେହିପରି ସୂର୍ଯ୍ୟ କୁମାର ଯାଦବ ୧୧ ବଲରୁ ୧୨ ରନ କରିଥିଲେ ।

ସେହିପରି ଆଜି ଭାରତୀୟ ସମୟ ୭.୩୦ରେ ସାରଜାରେ ଦ୍ବିତୀୟ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ।

 

Comments are closed.