ଦଳୀୟ କାର୍ଯ୍ୟାଳୟ ବାହାରେ ପତ୍ନୀଙ୍କୁ ମାଡ଼ ମାରି ପଦ ହରାଇଲେ ବିଜେପି ନେତା

0

ନୂଆଦିଲ୍ଲୀ : ଦିଲ୍ଲୀ ଅନ୍ତର୍ଗତ ମେହରୁଲିର ବିଜେପି ୟୁନିଟ ଅଧ୍ୟକ୍ଷ ଆଜାଦ ସିଂହ ଏଠାକାର ଦଳୀୟ କାର୍ଯ୍ୟାଳୟ ବାହାରେ ତାଙ୍କ ପତ୍ନୀ ତଥା ଦକ୍ଷିଣ ଦିଲ୍ଲୀର ପୂର୍ବତନ ମେୟରଙ୍କୁ ମାଡ଼ ମାରି ଅଡୁଆରେ ପଡିଛନ୍ତି। ଏ ସମ୍ବନ୍ଧୀୟ ଏକ ଭିଡିଓ ଭାଏରାଲ ହେବା ପରେ ଦଳ ତାଙ୍କୁ ପଦରୁ ହଟାଇ ଦେଇଛି ।

ଆଗାମୀ ବିଧାନସଭା ନିର୍ବାଚନ ଲାଗି ବରିଷ୍ଟ ନେତା ପ୍ରକାଶ ଯାଭେଦକରଙ୍କ ଦ୍ବାରା ଆହୁତ ବୈଠକରେ ସିଂହ ଓ ସରିତା ଚୌଧୁରୀ ଯୋଗ ଦେଇଥିଲେ। ବୈଠକ ସରିବା ପରେ ଉଭୟ ପତି- ପତ୍ନୀ କାର୍ଯ୍ୟାଳୟ ବାହାରକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସିଂହ ଚୌଧୁରୀଙ୍କୁ ଚାପୁଡା ମାରିଥିଲେ। ଦିଲ୍ଲୀ ବିଜେପି ମୁଖ୍ୟ ଏ ସମ୍ବନ୍ଧରେ କହିଛନ୍ତି ଜଣେ ମହିଳାଙ୍କ ମର୍ଯ୍ୟାଦା ସହିତ କୌଣସି ସାଲିସ କରାଯାଇପାରିବ ନାହିଁ। ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏଥିସହ ସିଂହଙ୍କୁ ତୁରନ୍ତ ପଦରୁ ହଟାଯାଇଛି। ଦଳୀୟ ନେତାଙ୍କ ସୂଚନା ଅନୁସାରେ ସିଂହ ଏବଂ ଚୌଧୁରୀଙ୍କ ମଧ୍ୟରେ ବୈବାହିକ ଜୀବନକୁ ନେଇ ତିକ୍ତତା ରହିଛି। ଏପରିକି ସିଂହ ବିବାହ ବିଚ୍ଛେଦ ପାଇଁ ଆବେଦନ କିରଛନ୍ତି।

Leave A Reply