ବିବାହ ଶୋଭାଯାତ୍ରାରେ ଗୁଳି: ଚିକିତ୍ସା ପରେ ବିବାହ ବେଦିରେ ପହଞ୍ଚିଲା ବର

0

ନୂଆଦିଲ୍ଲୀ: ଦିଲ୍ଲୀର ମଦନଗିର ଅଞ୍ଚଳରେ ସୋମବାର ରାତିରେ ଏକ ଶୋଭାଯାତ୍ରା ଉପରେ ୨ଜଣ ଦୁବୃର୍ତ୍ତ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି। ସୋମବାର ଦିଲ୍ଲୀରେ ଏକକାଳୀନ ୫ହଜାର ବିବାହ ଅନୁଷ୍ଠିତ ହୋଇଯାଇଛି। ପରିସ୍ଥିତିକୁ ଦେଖି ଟ୍ରାଫିକ ସମସ୍ୟା ସମାଧାନ କରିବାକୁ ପୁଲିସକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଭଳି ସମୟରେ ମଦନଗିର ଅଞ୍ଚଳରେ ଯାଉଥିବା ଏକ ବିବାହ ଶୋଭାଯାତ୍ରା ଉପରେ ଗୁଳି ମାଡ଼ ହୋଇଥିଲା।
ଖାନପୁର ଅଞ୍ଚଳର୨୫ବର୍ଷିୟ ବାଦଲ ବରଯାତ୍ରୀ ନେଇ ଶୋଭାଯାତ୍ରାରେ ମଦନଗିର ଅଞ୍ଚଳକୁ ଯାଉଥିଲେ। ବାଦ୍ୟଯନ୍ତ୍ରର ତାଳେତାଳେ ବରଯାତ୍ରୀ ନୃତ୍ୟରେ ମସଗୁଲ ଥିବାବେଳେ ଦୁଇ ଜଣ ବାଇକ ଆରୋହୀ ସେଠାରେ ପହଞ୍ôଚ ବରର ଗାଡ଼ି ଉପରେ ଚଢି ଯାଇଥିଲେ। ସେମାନେ ବର ଉପରକୁ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲେ। ବାଦ୍ୟଯନ୍ତ୍ରର ଶବ୍ଦରେ ବର ଉପରେ ଗୁଳି ମାଡ଼ ହୋଇଥିବା କେହିଁ ଜାଣି ପାରି ନଥିଲେ। ବାଦଲ ଗାଡ଼ିରୁ ଓହ୍ଲାଇ ଘଟଣା ସମ୍ପର୍କରେ ବରଯାତ୍ରୀଙ୍କୁ ଜଣାଇ ଥିଲେ। ବରଯାତ୍ରୀଙ୍କ ସହଯୋଗରେ ବାଦଲଙ୍କୁ ତୁରନ୍ତ ନିକଟସ୍ଥ ବତ୍ରା ଡାକ୍ତରଖାନାକୁ ନେଇଯାଇଥିଲେ। ବାଦଲ କାନ୍ଧରେ ଗୁଳି ବାଜିଥିଲା। ପ୍ରାଥମିକ ଚିକିତ୍ସା ପରେ ବାଦଲ ଡାକ୍ତରଖାନାରୁ ବିବାହ ବେଦିରେ ପହଞ୍ôଚ ଥିଲେ। ବର ଉପରେ କାହିଁକି ଗୁଳି ମାଡ଼ ହେଲା ଏ ସମ୍ପର୍କରେ କାହାରି ପାଖରେ କୌଣସି ସୂଚନା ମିଳି ନାହିଁ। ତେବେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସିସି ଟିଭି ଫୁଟେଜର ତର୍ଜମା କରାଯାଉଛି।

Leave A Reply