ଦିଲ୍ଲୀ ବିଧାନସଭାର ଫେସବୁକ ଇଣ୍ଡିଆ ବିରୋଧରେ ନୋଟିସର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବହୁଳ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଫେସବୁକକୁ ଦିଲ୍ଲୀ ବିଧାନସଭା ଦ୍ୱାରା ଜାରି କରାଯାଇଥିବା ନୋଟିସର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଭାରତରେ ଅବସ୍ଥାପିତ ଫେସବୁକର ଉପାଧକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ଏବଂ ଅନ୍ୟମାନଙ୍କ ଦ୍ୱାରା ଦିଲ୍ଲୀ ବିଧାନସଭା ପକ୍ଷରୁ ସେପ୍ଟେମ୍ବର ୨୩ ସୁଦ୍ଧା ହଜାର ହେବା ପାଇଁ ଜାରି କରାଯାଇଥିବା ନୋଟିସ ବିରୋଧରେ ସର୍ବୋଚ୍ଚ ଅଦାଲତରେ ମାମଲା ଦାୟର କରାଯାଇଛି।

ଫେବୃଆରୀରେ ସଂଗଠିତ ଦିଲ୍ଲୀ ହିଂସା ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ସନ୍ଦେହଜନକ ଭୂମିକା ନେଇ ଦିଲ୍ଲୀ ବିଧାନସଭାର ଶାନ୍ତି କମିଟି ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ବିରୋଧରେ ଫେସବୁକ୍, ମୋହନ ଏବଂ ଅନ୍ୟମାନେ ଶୀର୍ଷ କୋର୍ଟରେ ଏହି ଆବେଦନ କରିଥିଲେ। ସେମାନଙ୍କ ମୌଳିକ ଅଧିକାର ଲଙ୍ଘନ ହୋଇଥିବା ଅଭିଯୋଗ କରାଯାଇଛି।

ଆବେଦନକାରୀ ଜାରି ହୋଇଥିବା ପ୍ରଥମ ଏବଂ ଦ୍ୱିତୀୟ ସମନ ବିରୋଧରେ ଆବେଦନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ କୌଣସି ସାମ୍ପ୍ରଦାୟିକ ଘଟଣା ସମ୍ପର୍କରେ ଜଣାଇବା ପାଇଁ ଫେସବୁକରେ ସହଜ ବ୍ୟବସ୍ଥା ରହିଛି ଓ ଫେସବୁକ ଉପଭୋକ୍ତାମାନଙ୍କୁ ଆପତ୍ତିଜନକ ବିଷୟବସ୍ତୁ ରିପୋର୍ଟ କରିବାକୁ ଅନୁମତି ଅନୁମତି ଦେଇଛି।

Comments
Loading...