ଜାମିଆ-ଜେଏନୟୁ ହିଂସା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବଦନାମ କରିବାକୁ ପ୍ରୟାସ : ମନୋଜ ତିୱାରୀ

ନୂଆଦିଲ୍ଲୀ : ଜାମିଆ ମିଲିଆ ଇସଲାମିଆ ଓ ଜବାହାରଲାଲ ନେହେରୁ(ଜେଏନୟୁ) ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ବ୍ୟବହାର କରାଯାଉଥିବା ବିଜେପି ଅଭିଯୋଗ କରିଛି। ଏହା ପଛରେ କଂଗ୍ରେସ, ଆମ ଆଦମି ପାର୍ଟି(ଆପ୍) ଓ ବାମଦଳର ହାତ ଥିବା ବିଜେପି କହିଛି।
ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କହିଛନ୍ତି, ଜାମିଆ ମିଲିଆ ଇସଲାମିଆ ଓ ଜବାହାରଲାଲ ନେହେରୁ(ଜେଏନୟୁ) ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ହିଂସା ଖେଳାଇ ବିରୋଧୀ ଦଳ ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ବଦନାମ କରିବାର ପ୍ରୟାସ କରୁଛନ୍ତି। ବିରୋଧୀଙ୍କର ଏହି ଯୋଜନାକୁ ବିଜେପି କେବେହେଲେ ସଫଳ ହେବାକୁ ଦେବନାହିଁ। ତେବେ ଏନେଇ ଆଗାମୀ ଜାୟୁଆରୀ ୯ତାରିଖ ଦିନ ବିଜେପି ପକ୍ଷରୁ ଯୁବକମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯିବ। ଏହା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ ବୋଲି ମନୋଜ ତିୱାରୀ କହିଛନ୍ତି।
ସେ କହିଛନ୍ତି- ଛାତ୍ରଛାତ୍ରମାନେ କେବେହେଲେ ମୁହଁ ଲୁଚାଇ ଆସିନଥାନ୍ତି। ସୋମାନେ ସବୁବେଳେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଥାନ୍ତି ଏବଂ ସବୁ ସମୟରେ ସରକାର ସେମାନଙ୍କ କଥା ଶୁଣିଆସିଛନ୍ତି। ତେଣୁ ଏମିତି ହିଂସା ଖେଳାଇ ଛାତ୍ରୀଛାତ୍ରୀଙ୍କୁ ବଦନାମ କରାଯାଉଥିବା ସ୍ପଷ୍ଟ ବାରି ହେଉଛି ବୋଲି ମନୋଜ ତିୱାରୀ କହିଛନ୍ତି।

Comments are closed.