ଗୁଲେରିଆଙ୍କ କାର୍ଯ୍ୟକାଳ ପୁଣି ବଢ଼ିଲା

ନୂଆଦିଲ୍ଲୀ : ସ୍ଥାନୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦେଶକ ଭାବେ ଡା. ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଗୁରୁବାର ଆଉ ୩ ମାସ ବୃଦ୍ଧି କରାଯାଇଛି। ଗତ ମାର୍ଚ୍ଚ ୨୪ରେ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିଲାବେଳେ ସରକାର ଏହାକୁ ତିନି ମାସ ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ବୈଠକରେ ଗୁଲେରିଆଙ୍କ ଉତ୍ତରାଧିକାରୀ ସ୍ଥିର ହୋଇ ନ ପାରିବାରୁ ପୁନର୍ବାର ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁନଶ୍ଚ ଏଥିପାଇଁ ଏକ ସମ୍ଭାବ୍ୟ ନାମ ତାଲିକା ପସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଏଣ୍ଡୋକ୍ରାଇନୋଲଜି ବିଭାଗ ମୁଖ୍ୟ ଡା. ନିଖିଲ ଟଣ୍ଡନ, ଟ୍ରମା ସେଣ୍ଟର ତଥା ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ଡା. ରାଜେଶ ମାଲହୋତ୍ରା ଓ ଗ୍ୟାଷ୍ଟ୍ରୋଏ​‌େ​‌ଣ୍ଟ୍ରାଲଜି ମୁଖ୍ୟ ଡା. ପ୍ରମୋଦ ଗର୍ଗଙ୍କ ନାମ ଗୁଲେରିଆଙ୍କ ଉତ୍ତରାଧିକାରୀ ଭାବେ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ କମିଟି ଏହାକୁ ଗ୍ରହଣ କରିନାହିଁ। ଗୁଲେରିଆ ୨୦୧୭ ମାର୍ଚ୍ଚ ୨୮ରେ ଏମସ୍‌ ନିର୍ଦେଶକ ନିଯୁକ୍ତ ହୋଇଥିଲେ।

Comments are closed.