ଶବ୍ଦ ପ୍ରଦୂଷଣ: ଦିଲ୍ଲୀ ମସ୍‍ଜିଦ୍‍ ବିରୋଧରେ ତଦନ୍ତ ନିର୍ଦେଶ

0

ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣ ନିମନ୍ତେ ପୂର୍ବ ଦିଲ୍ଲୀରେ ଥିବା ମସ୍‍ଜିଦ୍‍ଗୁଡିକ ବିରୋଧରେ ତଦନ୍ତ କରିବାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଡିପିପିସିକୁ ରାଷ୍ଟ୍ରୀୟ ହରିତ୍‍ ପ୍ରାଧିକରଣ (ଏନ୍‍ଜିଟି) ନିର୍ଦେଶ ଦେଇଛନ୍ତି। ଏନ୍‍ଜିଟିଙ୍କ ନିର୍ଦେଶକ୍ରମେ ଉକ୍ତ ମସ୍‍ଜିଦ୍‍ରୁ ବାହାରୁଥିବା ଧ୍ୱନିର ସ୍ତର ଯାଞ୍ଚ କରାଯିବ। ଧ୍ୱନି ନିଃସରଣ ସମ୍ବନ୍ଧୀୟ ନିୟମ ଯେଭଳି ଉଲ୍ଲଙ୍ଘନ ନ ହୁଏ ସେଥିନେଇ ଏହି ମସ୍‍ଜିଦ୍‍ଗୁଡିକର ନିୟମିତ ସମୟ ବ୍ୟବଧାନରେ ନିରୀକ୍ଷଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଏନ୍‍ଜିଟି ନିର୍ଦେଶ ଦେଇଛନ୍ତି। ଧାର୍ମିକ କାର୍ଯ୍ୟକ୍ରମ ସମୟରେ ସହରରେ ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଥିବା ଦର୍ଶାଇ କିଛି ଦିନ ପୂର୍ବେ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ଦିଲ୍ଲୀରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ କରିବାକୁ ଏଥିରେ ଦାବି କରାଯାଇଥିଲା।

Leave A Reply