ସ୍ମାର୍ଟ ତାଲିକାରେ ତୃତୀୟ ସ୍ଥାନରେ ଦିଲ୍ଲୀ ଯୁବତୀ

0

ଏଇ କିଛି ମାସ ତଳେ ନେଦରଲ୍ୟାଣ୍ଡର ଏକ ଏନଜିଓ ବିଶ୍ବସ୍ତରୀୟ ସର୍ବେକ୍ଷଣ କରିଥିଲା। ଏଥିରେ ପ୍ରତ୍ୟେକ ପ୍ରାନ୍ତର କର୍ମଜୀବୀ ମହିଳା ଓ ଗୃହିଣୀମାନେ ସାମିଲ ହୋଇଥିଲେ। ପ୍ରାୟ ୧୫ଲକ୍ଷରୁ ଅଧିକ ସଂଖ୍ୟକ ଯୁବତୀ ଓ ମହିଳାଙ୍କ କାର୍ୟ୍ୟକଳାପ, ଜୀବନଶୈଳୀକୁ ଦୃଷ୍ଟିରେ ରଖାଯାଇଥିଲା।

ଆମ ଦେଶବାସୀଙ୍କ ନିମନ୍ତେ ଏହା ଗର୍ବର ପ୍ରସଙ୍ଗ ଯେ ଭାରତୀୟ ମହିଳାଙ୍କ କାର୍ୟ୍ୟଦକ୍ଷତାକୁ ପ୍ରଶଂସା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଭାରତରେ ଯୌଥ ପରିବାର ଥିବାବେଳେ କର୍ମଜୀବୀ ମହିଳାମାନେ ଏଠାରେ ବୋହୂର ଦାୟିତ୍ବକୁ ଚମତ୍କାର ଭାବେ ତୁଲାଉଥିବାର ଦେଖାଯାଇଛି। ପ୍ରଶାସନିକ ଅଧିକାରୀ କାର୍ୟ୍ୟ କରି ଅବସର ନେଇଥିବା ଦେବଦାସ ଦେ’ କହିଛନ୍ତି, ବିଶ୍ବର ପ୍ରମୁଖ ରାଷ୍ଟ୍ରକୁ ମୁଁ ଯାଇଛି।

ସେଠାର ଚାଲିଚଳଣି ସମ୍ପର୍କରେ ଭଲଭାବେ ଅବଗତ। ହେଲେ ନିଜ ଦେଶର କର୍ମଜୀବୀ ମହିଳାଙ୍କ କାର୍ୟ୍ୟଶୈଳୀ ଦେଖିଲେ ସେମାନଙ୍କ ଦକ୍ଷତା ଅନୁମାନ କରିହୁଏ। ଆଜିର ସମୟରେ ମହିଳାମାନେ ନିଜ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ଖୁବ୍ ସଚେତନ। ପୂରା ବିଶ୍ବରେ ଦିଲ୍ଲୀ ଯୁବତୀଙ୍କୁ ସ୍ମାର୍ଟ ତାଲିକାରେ ତୃତୀୟ ସ୍ଥାନ ଦିଆଯାଇଛି।

Leave A Reply