ନରେଲା ଯୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୦ ଦମକଳ ଗାଡ଼ି ମୁତୟନ

ଗୁରୁବାର ଦକ୍ଷିଣ ଦିଲ୍ଲୀର ନରେଲାସ୍ଥିତ  ଏକ ଜୋତା କାରଖାନାରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ନିଆଁ ଲିଭାଇବା ପାଇଁ ସମୁଦାୟ ୧୦ ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଏହି କାରଖାନାରେ ପିଭିସି ସୋଲ୍ ପ୍ରସ୍ତୁତ କରାଯାଏ । ପୁଲିସ ଏହି ଅଞ୍ଚଳକୁ ଅବରୋଧ କରିଛି, ଅନ୍ୟମାନଙ୍କୁ ଆଖପାଖ ଅଟ୍ଟାଳିକାକୁ ସ୍ଥାନାନ୍ତର କରିଛି।

ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର ଅନୁସନ୍ଧାନ କରାଯାଉଛି ।

Comments are closed.