ଜାତିଭିତ୍ତିକ ଜନଗଣନା ଦାବି : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିହାରର ୧୦ଟି ରାଜନୈତିକ ଦଳର ପ୍ରତିନିଧି

ନୂଆଦିଲ୍ଲୀ : ଦେଶର ଆଗାମୀ ୨୦୨୨ ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ କରିବା ଦାବି ନେଇ ବିହାରର ୧୦ଟି ରାଜନୈତିକ ଦଳର ପ୍ରତିନିଧି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ନେତୃତ୍ବ ପ୍ରତିନିଧି ଦଳରେ ବିଜେପିର ପ୍ରତିନିଧି ଭାବେ ଜନକ ରାମ ମଧ୍ୟ ରହିଥିଲେ। ଏହା ସହିତ ଆରଜେଡି ନେତା ତେଜସ୍ବୀ ଯାଦବ, କଂଗ୍ରେସର ଅଜିତ ଶର୍ମା, ‘ହିନ୍ଦୁସ୍ତାନୀ ଆୱାମ୍‌ ମୋର୍ଚ୍ଚା’ର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି, ଏଆଇଏମଆଇଏମ୍‌ର ଅଖତରୁଲ ଇମାମ ପ୍ରମୁଖ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ଦାବିକୁ ଧୈର୍ଯ୍ୟ ସହ ଶୁଣିଥିଲେ ଓ ଏ ସମ୍ପର୍କରେ ବିଚାର କରିବେ ବୋଲି କହିଛନ୍ତି।

Comments are closed.