ଡେଲାଙ୍ଗରେ ନିର୍ବାଚନୀ ହିଂସା, ୨ ଆହତ

ପୁରୀ: ନିର୍ବାଚନ ପ୍ରଚାରବେଳେ ଡେଲାଙ୍ଗ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ବିଜେଡ଼ି କର୍ମୀଙ୍କ ମାଡ଼ରେ ୨ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତ ବିଜେପି କର୍ମୀଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଶତାଧିକ ବିଜେପି କର୍ମୀଙ୍କ ଡେଲାଙ୍ଗ ଥାନା ସମ୍ମୁଖ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Comments are closed.