କାରରୁ ୧୦୦୦ ଲିଟର ଦେଶୀ ମଦ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏକ କାର ଭିତରୁ ଏକ ହଜାର ଲିଟର ଦେଶୀ ମଦ ଜବତ କରିଛି । ଖଲ୍ଲିକୋଟରୁ ବ୍ରହ୍ମପୁରକୁ ଚାଲାଣ ବେଳେ ଇଣ୍ଡିଗୋ କରଟିକୁ ପୋକଡ଼ିବନ୍ଧ ଛକ ଠାରେ କାବୁ କରାଯାଇଥିଲା । କାର ଭିତରେ ଶତାଧିକ ମଦ ପାଉଚ ରହିଥିବା ଅବକାରୀ ବିଭାଗ ଅଧିକାରୀମାନେ ଦେଖିବା ପରେ ସେଗୁଡିକ ଜବତ କରାଯାଇଥିଲା । ବେଆଇନ ଭାବେ ଦେଶୀ ମଦ ଚାଲାଣ କରିଥିବା ଖଲ୍ଲିକୋଟ ତଳରାମପଲ୍ଲୀର ନାରାୟଣ ପାଢ଼ୀଙ୍କୁ ଗିରଫ କରାଯାଇଛି ବୋଲି ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ କହିଛନ୍ତି ।

Comments are closed.