୩ ବର୍ଷରେ ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ପ୍ରକଳ୍ପକୁ ମଞ୍ଜୁରୀ

0

ନୂଆଦିଲ୍ଲୀ,୧ା୧: ‘ମେକ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ବିଗତ ୩ ବର୍ଷ ମଧ୍ୟରେ ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ସାମରିକ ସାମଗ୍ରୀ ଉତ୍ପାଦନ ଲାଗି ୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ଏହି ପ୍ରକଳ୍ପଗୁଡିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମରେ ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରତିରକ୍ଷା ଅଧିଗ୍ରହଣ ଲାଗି ୬୫,୪୭୧.୨୮ କୋଟି ଟଙ୍କା ମୂଲ୍ୟର ୯୯ଟି ରାଜିନାମା ଭାରତୀୟ ନିର୍ମାତାଙ୍କ ସହିତ ସ୍ବାକ୍ଷର ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply