ନୂଆ ଡ଼ିଆରଡ଼ିଓ କ୍ରୟ ମାନୁଆଲ ୨୦୨୦କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମୋଦନ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନୂଆ ଡ଼ିଆରଡ଼ିଓ କ୍ରୟ ମାନୁଆଲ-୨୦୨୦କୁ ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଟ୍ୱିଟ୍‍ ବାର୍ତ୍ତାରେ କୁହାଯାଇଛି, ଏହା ଅଧିକରୁ ଅଧିକ ଭାରତୀୟ ଶିଳ୍ପକୁ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ। ଏହା ଦ୍ୱାରା ଭାରତ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ସହଜରେ ହାସଲ କରିପାରିବ।

ଅନୁସନ୍ଧାନ ଏବଂ ବିକାଶ କାର୍ଯ୍ୟକଳାପରେ ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ସମେତ ଭାରତୀୟ ଶିଳ୍ପର ଅଧିକ ଅନ୍ତର୍ଭୁକ୍ତିକୁ ଉତ୍ସାହିତ କରିବା ତଥା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲ କରିବା ପାଇଁ ଏହି ନୂତନ କ୍ରୟ ମାନୁଆଲ୍ ସହାୟକ ହେବ ବୋଲି ଜଣାପଡିଛି।

Comments are closed.