ଉଦ୍‍ଯାପିତ ହେଲା ପ୍ରତିରକ୍ଷା ପ୍ରଦର୍ଶନୀ

ଲକ୍ଷ୍ନୌ : ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀ ଶନିବାର ଲକ୍ଷ୍ନୌରେ ସମାପ୍ତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ଦ୍ୱିବାର୍ଷିକ ପ୍ରଦର୍ଶନୀର ଉଦ୍‍ଯାପନୀ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ। ତେବେ ପ୍ରଦର୍ଶନୀ ରବିବାର ଅପରାହ୍ଣ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।
ଚଳିତ ବର୍ଷର ପ୍ରତିରକ୍ଷା ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏରୋସ୍ପେସ୍‍
କ୍ଷେତ୍ରରର ବହୁ ପ୍ରଦର୍ଶନକାରୀ ଥିଲେ। ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୦ରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଉପରେ ବିଶେଷ
ଗୁରୁତ୍ୱାରୋପ କରାଯାଇଥିଲା।

Comments are closed.