କରୋନା ପ୍ରଭାବ: ସମସ୍ତ ପ୍ରତିରକ୍ଷା ଡିଲ୍‌ ସ୍ଥଗିତ ରଖିବାକୁ ୩ ସେନାକୁ ନିର୍ଦେଶ

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନର ପ୍ରଭାବ ଏବେ ପ୍ରତିରକ୍ଷା କ୍ଷେତ୍ର ଉପରେ ପଡ଼ିଛି। ଯେଉଁଥିପାଇଁ ସରକାର ପ୍ରତିରକ୍ଷା କ୍ଷେତ୍ରର ସମସ୍ତ ଡିଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ତିନି ସେନାର ଆଧୁନିକୀକରଣ ଲାଗି ଯେଉଁ ସବୁ ଡିଲ୍‌ ହେବାର ଥିଲା ତାହା ସ୍ଥଗିତ ରହିବ। କୋଭିଡ-୧୯ ଯୋଗୁ ବଜେଟରେ ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା  ସୂଚନା ଅନୁସାରେ, ଯେପର୍ଯ୍ୟନ୍ତ ଦେଶରେ କରୋନା ସ୍ଥିତି ଲାଗି ରହିଛି, ସେ ପର୍ଯ୍ୟନ୍ତ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ପୁଞ୍ଜି ଅଧିଗ୍ରହଣ ପ୍ରକ୍ରିୟା ଅର୍ଥାତ ପ୍ରତିରକ୍ଷା ଡିଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ନିଆଯାଇଛି। ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ପକ୍ଷରୁ ଫ୍ରାନ୍ସରୁ ୩୬ ରାଫେଲ ଯୁଦ୍ଧ ବିମାନ ଏବଂ ରୁଷଠାରୁ ଏସ-୪୦୦ କ୍ଷେପଣାସ୍ତ୍ର କିଣିବା ଲାଗି ଚୁକ୍ତି ହୋଇଛି। ସେହିପରି ସ୍ଥଳ ସେନା ପକ୍ଷରୁ ଆମେରିକା ଏବଂ ରୁଷ ସହିତ ବିଭିନ୍ନ ଦେଶଗୁଡ଼ିକଠାରୁ ଟ୍ୟାଙ୍କ, ଆର୍ଟିଲରୀ ଗନ୍‌ ଏବଂ ଆସଲ୍ଟ ରାଇଫଲ କିଣିବାକୁ ଚୁକ୍ତି କରାଯାଇଛି।

Comments are closed.