ବାରିପଦା ସହରରୁ ହରିଣ ଉଦ୍ଧାର

ଶୁଳିଆପଦା : ଦେଉଳି ବନ ବିଭାଗ ଦ୍ୱାରା ଧରା ପଡିଛି ହରିଣ। ପ୍ରାୟ ୪ରୁ ୫ଦିନ ପୂର୍ବରୁ ଦେଉଳି ବନାଞ୍ଚଳର ପଶ୍ଚିମ ଦିଗରୁ ଏକ ହରିଣ ଆସି ଜଙ୍ଗଲରେ ବୁଲୁଥିବା ଦେଖାଯାଇଥିଲା। ଗ୍ରାମବାସୀ ମାନେ ଦେଉଳି ବନ ବିଭାଗକୁ ଖବର ଦେବାରୁ  ଚାରି ଦିନ ଧରି ବନ ବିଭାଗ ତରଫରୁ ତଲାସୀ ଚାଲିଥିଲା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଦେଉଳି ଓ ବାରିପଦା ବନବିଭାଗ  ମିଳିତ ଭାବରେ ମୁର୍ଗାବାଡି ସ୍ଥିତି ଓମ କଲୋନୀରୁ ଉଦ୍ଧାର କରିଥିଲେ। ହରିଣଟି ପଶ୍ଚିମ ଦିଗରୁ ଦିଗ ହରା ହେଇ ଆସିଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହରିଣର ବୟସ ୭ ବର୍ଷ ବୋଲି ଜଣାପଡିଛି । ଧରପଗଡ ସମୟରେ ହରିଣଟି ସାମାନ୍ୟ କ୍ଷତବିକ୍ଷତ ହେଇଥିବାରୁ ବାରିପଦା ପଶୁ ଚିକିତ୍ସକ୍ଷଳୟରେ ଚିକିତ୍ସା ପରେ ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି ।

Comments are closed.