ତୁମ୍ବା ଅଞ୍ଚଳରୁ ହରିଣ ଛୁଆ ଉଦ୍ଧାର

ପାତ୍ରପୁର :  ସାମନ୍ତିଆପଲ୍ଲୀ ରେଞ୍ଜ ତୁମ୍ବା ନିକଟରୁ ଏକ ହରିଣ ଛୁଆକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ରବିବାର ହରିଣ ଛୁଆଟି ଶିହଁରାଜ ଜଙ୍ଗଲ ରଙ୍ଗମାଟିଆ ରାସ୍ତାରେ ହରିଣ ଛୁଆ ପଛରେ ଏକ କୁକୁର ଦୌଡୁଥିବା ଦେଖି ସ୍ଥାନୀୟ ଲୋକେ କୁକୁର ମୁହଁରୁ ହରିଣ ଟିକୁ ଉଦ୍ଧାର କରିଥିଲେ। ହରିଣ ଛୁଆକୁ କୁକୁର କାମୁଡ଼ି ଦେଇଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଫରେଷ୍ଟର ଅବିନାଶ ଚୌଧୁରୀ ପହଞ୍ଚି ଜଣେ ଏଲ ଆଇଙ୍କ ଦ୍ଵାରା ହରିଣ ଟିକୁ ଚିକିତ୍ସା କରାଇ ସାମନ୍ତିଆପଲ୍ଲୀ ରେଞ୍ଜ ଅଫିସ୍ ରେ ରଖିଛନ୍ତି। ଅଧିକ ଚିକିତ୍ସା ଆବଶ୍ୟକତା ରହିଥିବାରୁ ଚିକିତ୍ସା ପରେ ଜଙ୍ଗଲ ମଧ୍ୟରେ ଛାଡିଦିଆ ଯିବ ବୋଲି ରେଞ୍ଜର ରଜତ କୁମାର ମିଶ୍ର ସୁଚନା ଦେଇଛନ୍ତି।

Comments are closed.