ତେନ୍ତଳା ଗ୍ରାମରୁ ମୃତ ହରିଣକୁ ଉଦ୍ଧାର କଲା ବନବିଭାଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରି ବନାଞ୍ଚଳ ତେନ୍ତଳା ଗ୍ରାମରୁ ଆଜି ଏକ ମୃତ ହରିଣକୁ ବନ ବିଭାଗ ଉଦ୍ଧାର କରିଛନ୍ତି । ଆଜି ସକାଳେ ହରିଣଟି ଲକ୍ଷ୍ମିପଶି ଗ୍ରାମ ହୋଇ ତେନ୍ତଳା ଗାଁ ନିକଟରେ ବୁଲୁଥିବା ବେଳେ କୁକୁର ଗୋଡାଇବାରୁ ହରିଣଟି ଏକ ଖୋଲା ଖତ ଗାଡ଼ିଆରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ହରିଣଟିକୁ ପାଣି ପିଆଇବା ସମୟରେ ତାହାର ମୃତ୍ୟୁ ଘଟିଛି । ଖବର ପାଇ ଖିରେଇଟାଙ୍ଗିରି ବନପାଳ ଅମୁଲ୍ୟ ସେନାପତି ଓ ବନରକ୍ଷୀ ନଗେନ୍ଦ୍ର କୁମାର ଜେନା ମୃତ ହରିଣଟିକୁ ଉଦ୍ଧାର କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି । ତେବେ ମୃତ ହରିଣଟିର ବ୍ୟବଚ୍ଛେଦ ପରେ ବନ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି ।

Comments are closed.