ଦୀପିକାଙ୍କ ଜେଏନୟୁ ଗସ୍ତ ଲୋକ ଦେଖାଣିଆ: ବିଭିନ୍ନ ମହଲରେ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମଙ୍ଗଳବାର ଜେଏୟୁ ଗସ୍ତ କରି କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସମର୍ଥନ କରିବା ସହ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ତେବେ ତାଙ୍କର ଏହି ଗସ୍ତକୁ କିଛି ଲୋକ ସାହସିକତାର ଆଖ୍ୟା ଦେଉଥିବା ବେଳେ ଅନେକ ଲୋକ ଏହା କେବଳ ଲୋକ ଦେଖାଣିଆ ବୋଲି କହିଛନ୍ତି।

ଦୀପିକାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛପାକ୍‍’ ମୁକ୍ତିଲାଭର ମାତ୍ର କିଛିଦିନ ପୂର୍ବରୁ ହିଁ ସେ ଜେଏନୟୁ ଗସ୍ତ କରି ଛାତ୍ରଙ୍କ ସମର୍ଥନ କରିବାକୁ ନେଇ ସାମାଜିକ ଗଣମାଧ୍ୟମରେ ଦୀପିକାଙ୍କର ଖୁବ୍‍ ଚର୍ଚ୍ଚା ହେଉଛି।

ଏନେଇ ଲୋକେ ମିଶ୍ର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହାକୁ ପ୍ରଶଂସନୀୟ ତଥା ସାହସିକ ପଦକ୍ଷେପ ବୋଲି କହିଛନ୍ତି। ଅପର ପକ୍ଷରେ ଅଧିକାଂଶ ଲୋକେ ତାଙ୍କର ଏହି ପଦକ୍ଷେପକୁ ନିନ୍ଦା କରିବା ସହ ତାଙ୍କୁ ଟ୍ରୋଲ୍‍ କରିଛନ୍ତି।

ଆଗରୁ କାହିଁକି ନୁହେଁ କେବଳ ‘ଛପାକ୍‍’ ରିଲିଜ୍‍ ପୂର୍ବରୁ କାହିଁକି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଏହା ସହ ‘ଛପାକ୍‍’କୁ ବୟକଟ୍‍ କରିବାକୁ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି। କିଛି ଲୋକ କହିଛନ୍ତି, ଦେଶକୁ ଖଣ୍ଡ ଖଣ୍ଡ କରୁଥିବା ଗ୍ୟାଙ୍ଗ୍‍ ସହ ଦୀପିକା ଠିଆ ହୋଇଛନ୍ତି।

Comments are closed.