ଦୀପିକା-ରଣବୀରଙ୍କ ବିବାହ ସମ୍ପନ୍ନ

0

ମୁମ୍ବଇ : ବଲିଉଡର ଦୁଇ  ଲୋକପ୍ରିୟ  ନାୟକ-ନାୟିକା  ଦୀପିକା ପାଦୁକୋନ ଓ ରଣବୀର ସିଂହ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କୋଙ୍କଣୀ ପରମ୍ପରା ଓ ରୀତିନୀତିରେ ଉଭୟେ ବୁଧବାର  ବିବାହ ‌ କରିଛନ୍ତି। ଇଟାଲୀର ପ୍ରସିଦ୍ଧ ହ୍ରଦ କୋମୋରେ ସେମାନଙ୍କର ଏହି ବହୁ ଚର୍ଚ୍ଚିିତ ବିବାହ ସମ୍ପନ୍ନ ହୋଇଛି । ସାମ୍ବାଦିକ ମାନଙ୍କ ପାଇଁ ଅନେକ କଟକଣା ସତ୍ତ୍ବେ ଶେଷରେ ବିବାହ ସମାରୋହର କିଛି ଫଟୋ ପ୍ରକାଶ ପାଇଛି। ଆସନ୍ତାକାଲି ନଭେମ୍ବର ୧୫ରେ ସିନ୍ଧି ପରମ୍ପରାରେ ସେମାନେ ବିବାହ କରିବେ।

ବିବାହର ଗୋଟିଏ ଦିନ ପୂର୍ବରୁ ସେମାନେ ମେହେନ୍ଦୀ ଓ ସଙ୍ଗୀତ ସମାରୋହର ଆୟୋଜନ କରିଥିଲେ। ଯେଉଁଥିରେ ଉଭୟେ ଦୀପିକା  ଓ ରଣବୀର ମନଭରି ନାଚିଥିଲେ। ଏଥିପାଇଁ ସେମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି କରିଥିବା ଶୁଣିବାକୁ ମିଳୁଛି। ବଲିଉଡର ଅନେକ ପ୍ରସିଦ୍ଧ ଗାୟକ ଓ ସଙ୍ଗୀତକାରଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିଲା।

ଅନ୍ୟପକ୍ଷରେ ସେମାନଙ୍କର ବିବାହ ସମ୍ବନ୍ଧୀୟ ଫଟୋ ସାମ୍ନାକୁ ଆସିବା ପରେ ଗଣ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଖୋଦ ନିର୍ମାତା ନିର୍ଦ୍ଦେଶକ କରନ ଜୋହର ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି।

ଇଟାଲୀରେ  ବିବାହ ପରେ ଚଳିତ ମାସ ୨୧ରେ ବେଙ୍ଗାଲୁରୁ ଓ ୨୮ରେ ମୁମ୍ବଇରେ ଭୋଜି ବା ରିସେପସନ ପାର୍ଟି ଅନୁଷ୍ଠିତ ହେବ ବୋଲି ରଣବୀର କହିଛନ୍ତି। ତେବେ ସେମାନେ ଭୋଜି ବା ରିସେପସନରେ କୌଣସି ଉପହାର ଗ୍ରହଣ କରିବେ ନାହିଁ ବୋଲି ଉଭୟ ନିଜ ନିଜର ନିମନ୍ତ୍ରଣ ପତ୍ରରେ ଅତିଥି ମାନଙ୍କୁ ନିବେଦନ କରିଛନ୍ତି ।

Leave A Reply