ଇଟାଲୀରେ ବିବାହ କରିବାର କାରଣ କହିଲେ ଦୀପିକା

0

ମୁମ୍ବଇ : ବଲିଉଡ ଚର୍ଚ୍ଚିତ ଯୋଡି ଦୀପିକା ଓ ରଣବୀର ନିକଟରେ ଇଟାଲୀର କେମୋ ହ୍ରଦରେ ବିବାହ କରିଛନ୍ତି। ନଭେମ୍ବର ୧୪ ଏବଂ ୧୫ରେ ପରିବାରର କିଛି ଲୋକମାନଙ୍କ ମଧ୍ୟରେ ଏହି ବିବାହ ହୋଇଥିଲା। କଣ ପାଇଁ ଦୀପିକା ଇଟାଲୀରେ ବିବାହ କରିଥିଲେ ତାହାକୁ ନେଇ ଅନେକ ଆଲୋଚନା ପ୍ରର୍ଯ୍ୟାଲୋଚନା କରାଯାଉଥିଲା। ଏହି ସମସ୍ତ ଆଲୋଚନାରେ ଦୀପିକା ବିରାମ ଲଗାଇଛନ୍ତି।
ନିକଟରେ ଦୀପିକା ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ‘ଗୋପନିୟତା ପାଇଁ ଆମେ ଇଟାଲୀରେ ବିବାହ କରିଛୁ। ବିବାହ ପୂର୍ବରୁ ଆମେ ଲୋକମାନଙ୍କୁ ସମସ୍ତ ସୂଚନା ଦେଇଥିଲୁ, କିନ୍ତୁ ଗୋପନୀୟତା ରକ୍ଷା କରିବା ମୁଖ୍ୟ ଲକ୍ଷ୍ୟ’ ଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି କେମୋ ହ୍ରଦ ଦେଖିବା ଦିନରୁ ହିଁ ସେଠାରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ।
ସୂଚନାଯୋଗ୍ୟ ଯେ, ଦୀପିକା ଓ ରଣବୀର କେମୋ ହ୍ରଦରେ ବିବାହ ଫଟୋ ଲିକ ହୋଇଥିଲା। କିନ୍ତୁ ବିବାହର ଗୋଟିଏ ଦିନ ପରେ ଦୀପିକା ନିଜର ଇନଷ୍ଟାଗାମ ଆକାଉଣ୍ଟରେ ସେୟାର କରିଥିଲେ। ଦୀପିକା ଓ ରଣବୀର କୋଙ୍କଣୀ ଓ ସିନ୍ଧି ରୀତିରେ ବିବାହ କରିଥିଲେ।

Leave A Reply