‘ମହାଭାରତ’ ନିର୍ମାଣ କରିବେ ଦୀପିକା : ନିଜେ ସାଜିବେ ଦ୍ରୌପଦୀ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଆଗାମୀ ଚଳଚ୍ଚିତ୍ର ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହାସହିତ ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ମିଶି ଏହାର ପ୍ରଯୋଜନା ଭାର ମଧ୍ୟ ଦୀପିକା ବହନ କରିବେ। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଶୁକ୍ରବାର ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଚଳଚ୍ଚିତ୍ରକୁ ଅନେକ ଭାଗରେ ନିର୍ମାଣ କରାଯିବ ଏବଂ ଏହାର ପ୍ରଥମ ଭାଗ ୨୦୨୧ରେ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ଖାସ୍‍ କଥା ହେଉଛି ଏହି ଚଳଚ୍ଚିତ୍ର ପାରମ୍ପରିକ ମହାଭାରତର କାହାଣୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ‘ମହାଭାରତ’ ଚଳଚ୍ଚିତ୍ର ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା ହେବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି ଓ ସେମାନେ ଏହାକୁ ନେଇ ଖୁବ୍‍ ଉତ୍ସାହିତ ମଧ୍ୟ ଅଛନ୍ତି।

Comments are closed.