ସିଗାରେଟକୁ ‘‘ମାଲ୍’’ କହନ୍ତି ଦୀପିକା ! ହୈଶ ବି ସିଗାରେଟ୍ ପରି ଏକ ସାମଗ୍ରୀ!!

ମାଲ ଆଉ ହୈଶ ପରି ଶବ୍ଦ ବ୍ୟବହାର ସମ୍ପର୍କରେ ଅଭିନେତ୍ରୀ ଦୀପିକା ପାଦୁକୋନ ଏନସିବି ନିକଟରେ ରଖିଛନ୍ତି ନିଜର ପକ୍ଷ । ଏହି ସମୟରେ ସେ ସିଗାରେଟକୁ ମାଲ୍ ଓ ହୈଶକୁ ସିଗାରେଟ ପରି ଏକ ସାମଗ୍ରୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ଜଣେ ପୂର୍ବତନ ଖେଳାଳି, ତେଣୁ ସେ ଡ଼୍ରଗ୍ସ ନେବା ସମ୍ପର୍କରେ କେବେ ଚିନ୍ତା କରିପାରିବେ ନାହିଁ । ତେବେ ସେ ଚାଟରେ ବ୍ୟବହାର କରିଥିବା ମାଲ ଓ ହୈଶ ପରି ଶବ୍ଦଗୁଡ଼ିକ ସିଗାରେଟ ଆଧାରିତ ବୋଲି ଦୀପିକା କହିଛନ୍ତି ।

ସିଗାରେଟକୁ କୋଡ଼ୱାର୍ଡ଼ରେ ମାଲ ବୋଲି ଆମେ କହୁ ବୋଲି ଦୀପିକା କହିଛନ୍ତି । ଆଉ ହୈଶ ଓ ୱିଡ଼ ସିଗାରେଟ ପରି ଏକ ସାମଗ୍ରୀ ଏବଂ ଏହାର ଅଲଗା ଅଲଗା ବ୍ରାଣ୍ଡରେ ମିଳେ । ମୋଟା ସିଗାରେଟକୁ ୱିଡ଼ ବୋଲି କୁହାଯାଏ ବୋଲି ଦୀପିକା କହିଛନ୍ତି। ଏହି ସମୟରେ ଦୀପିକା କହିଛନ୍ତି ଯେ ସେ ବିଭିନ୍ନ ପ୍ରକାରର କୋଡ଼ୱାର୍ଡ଼ ବ୍ୟବହାର କରିଥାଆନ୍ତି । ପତଳା ଲୋକଂକୁ ପନୀରବୋଲି ମଧ୍ୟ ଡ଼ାକିଥାଆନ୍ତି ବୋଲି ଦୀପିକା କହିଛନ୍ତି । ସୂଚନାଯୋଗ୍ୟ ଯେ ଏନସିବି ପୁଣିଥରେ ଦୀପିକାଙ୍କୁ ଦ୍ବିତୀୟବାର ଜେରା ପାଇଁ ଡ଼ାକି ପାରେ ବୋଲି ଚର୍ଚା ହେଉଛି ।

Comments
Loading...