ମଧ୍ୟପ୍ରଦେଶରେ ଟିକସ ମୁକ୍ତ ହେଲା ଦୀପିକାଙ୍କ ‘ଛପାକ୍’

ମୁମ୍ବଇ : ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଛପାକ୍’କୁ ମଧ୍ୟପ୍ରଦେଶରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଛି। ଏନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ସାମାଜିକ ଗଣମାଧ୍ୟମରେ ଟ୍ବିଟ କରି ସୂଚନା ଦେଇଛନ୍ତି।
କମଲନାଥ ଟ୍ବିଟ କରି ଲେଖିଛନ୍ତି, ଦୀପିକା ପାଦୁକୋନଙ୍କ ଏସିଡ଼୍ ପୀଡ଼ିତାଙ୍କ ଉପରେ ଅଭିନୀତ ଚଳଚ୍ଚିତ୍ର ‘ଛପାକ୍’ ଜାନୁଆରୀ ୧୦ତାରିଖରେ ସାରାଭାରତରେ ମୁକ୍ତିଲାଭ କରିବ। ଏହି ସିନେମାକୁ ମୁଁ ମଧ୍ୟପ୍ରଦେଶରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରିବାକୁ ଘୋଷଣା କରୁଛି।
ସେ ଆହୁରି ଲେଖିଛନ୍ତି, ଦୀପିକାଙ୍କ ଏହି ଚଳଚ୍ଚିତ୍ର ସମାଜରେ ଏସିଡ଼୍ ପୀଡ଼ିତା ମହିଳାଙ୍କୁ ନେଇ ଏକ ସକରାମକ୍ତ ବାର୍ତ୍ତା ଦେବ।

ଏଥିରେ ଦୀପିକା ଜଣେ ଏସିଡ଼୍‍ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି। ଚଳଚ୍ଚିତ୍ରଟି ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଏଥିରେ ବିକ୍ରାନ୍ତ ମେସୀଙ୍କୁ ଦୀପିକାଙ୍କ ବିପକ୍ଷରେ ନାୟକ ଭାବେ ଦେଖିବାକୁ ମିଳିବ। ପୂର୍ବରୁ ରିଲିଜ ହୋଇଥିବା ଏହାର ଟ୍ରେଲରକୁ ଦର୍ଶକମାନେ ଖୁବ୍‍ ପସନ୍ଦ କରିଥିଲେ।

Comments are closed.