ଡ୍ରଗ୍ସ ଲିଙ୍କ ଘଟଣା ; ଏନସିବିରେ ହାଜର ହେଲେ ଦୀପିକା ପାଦୁକନ

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ପରେ ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି। ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯିବା ପରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ସାମ୍ନାକୁ ଆସିଥିଲା। ରାକୁଲପ୍ରୀତ, ଦିପୀକା ପାଦୁକନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଙ୍କୁ ଏନସିବି ପକ୍ଷରୁ ସମନ ପଠାଯିବା ପରେ ଆଜି ଏନସିବି କାର୍ଯ୍ୟାଳୟରେ ଦିପୀକା ପାଦୁକନ ହାଜିର ହୋଇଛନ୍ତି। କରିଶ୍ମା ପ୍ରକାଶଙ୍କୁ ମଧ୍ୟ ପଚରାଉଚରା କରାଯିବ। କିଛି ସମୟ ମଧ୍ୟରେ ତାଙ୍କୁ ପଚରାଉଚରା ଆରମ୍ଭ କରାଯିବ। ଗତକାଲି ରାକୁଲପ୍ରୀତଙ୍କୁ ଦୀର୍ଘ ୭ ଘଣ୍ଟା ଧରି ଜେରା କରାଯାଇଥିଲା ବୋଲି ଜଣାପଡିଛି।

Comments are closed.