‘୮୩’ରେ ସାମିଲ ହେବା ନେଇ ସ୍ପଷ୍ଟ କଲେ ଦୀପିକା; ରିୟଲ ପରେ ରିଲରେ ପତୀ-ପତ୍ନୀ

ମୁମ୍ବଇ : ବଲିଉଡ଼ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନ ରିୟଲ ଲାଇଫ୍‍ ପରେ ଏବେ ରିଲ୍‍ ଲାଇଫରେ ପତୀ-ପତ୍ନୀ ସାଜିବାକୁ ଯାଉଛନ୍ତି। ଦୀପିକା କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୮୩’ରେ ନଜର ଆସିବେ ବୋଲି ସୂଚନା ମିଳିଛି। ସେ ଚଳଚ୍ଚିତ୍ରରେ ରଣବୀର ସିଂହଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ। ଦୀପିକାଙ୍କର ‘୮୩’ରେ କାମ କରିବାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଏହା ସତ ବୋଲି ଏବେ ନିଜେ ଦୀପିକା କହିଛନ୍ତି।
ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି ସେ ‘୮୩’ ଚଳଚ୍ଚିତ୍ରରେ କପିଲ ଦେବଙ୍କ ପତ୍ନୀ ରୋମୀ ଭାଟିଆଙ୍କ ଭୂମିକାରେ ଅଭିନୟ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, କପିଲ ଦେବଙ୍କ ଭୂମିକାରେ ଯଦି ରଣବୀରଙ୍କ ବ୍ୟତୀତ ଆଉ କେହି ବି ଅଭିନୟ କରିଥାଆନ୍ତେ ତଥାପି ସେ ରୋମୀଙ୍କ ଭୂମିକାରେ ଅଭିନୟ କରିଥାଆନ୍ତେ। ସେ ଏହି ଭୂମିକାରେ ଅଭିନୟ କରିବାକୁ ନେଇ ଖୁବ୍‍ ଉତ୍ସାହିତ ଥିବା କହିଛନ୍ତି।

Comments are closed.