ଦୀପିକାଙ୍କ ପାଉଣା ୧୪କୋଟି

ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଥିବା ଦୀପିକା ପାଦୁକୋନ୍‌ ଆଗାମୀ ଚଳଚ୍ଚିତ୍ର ‘୮୩’ ପାଇଁ ୧୪କୋଟି ଟଙ୍କାର ପାଉଣା ନେଇଛନ୍ତି। କପିଲଦେବଙ୍କ ଏଇ ବାଇଓପିକ୍‌‌ରେ ରଣବୀର ସିଂ ଓ ଦୀପିକା ମୁଖ୍ୟ ଭୂମିକାରେ ଦେଖାଦେବେ। କପିଲଦେବଙ୍କ ଚରିତ୍ରରେ ରଣବୀର ଓ ତାଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ଦୀପିକା କାମ କରୁଛନ୍ତି। ୨୦୨୦ ଏପ୍ରିଲ୍ ୧୦ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବାର ଯୋଜନା ରହିଛି। କବୀର ଖାନ୍ ନିର୍ଦେଶିତ ଏଇ ଚଳଚ୍ଚିତ୍ରରେ ବଲିଉଡର ବାଜିରାଓ-ମସ୍ତାନି ଯୋଡ଼ିଙ୍କୁ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

Comments are closed.