ବିବାହ ପରେ ଦୀପିକାଙ୍କ ପ୍ରଥମ ଝଲକ !

0

ଦୀର୍ଘ ୬ ବର୍ଷ ସମ୍ପର୍କରେ ରହିବା ପରେ ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୧୪ ନଭେମ୍ବର ଅପରାହ୍ନ ୨ଟାରେ ଇଟାଲିର କୋମୋ ହଦ୍ର ନିକଟରେ ଥିବା ଏକ ଭିଲାରେ ବିବାହ ସମ୍ପନ୍ନ ହୋଇଛି । ଏହି ବିବାହରେ ପ୍ରାୟ ୩୦ରୁ ୪୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ସାମ୍ବାଦିକଙ୍କୁ ଏହି ବିବାହରୁ ଦୂରେଇ ରଖିବାକୁ ସତ ଚେଷ୍ଟା କରିଯାଇଥିଲେ ମଧ୍ୟ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୀପିକା ଓ ରଣବୀର ନଜର ଆସିଛନ୍ତି । ହେଲେ ଦୀପିକା ଏକ ଛତା ଆଢୁଆଳରେ ରହିଥିବା ଦେଖିବାକୁ ମିଳିଛି । ଏକ ସୁନେଲୀ ଓ ନାଲି ରଙ୍ଗର ଶାଢୀରେ ଦୀପିକା ସୁନ୍ଦର ଦେଖାଯାଉ ଥିବା ବେଳେ ରଣବୀର କ୍ରିମ୍ ରଙ୍ଗର ଶେରୱାନୀ ପିନ୍ଧିଛନ୍ତି ।

 

ଦୀପିକା ଦକ୍ଷିଣ ଭାରତୀୟ ହୋଇଥିବାରୁ ୧୪ ନଭେମ୍ବରରେ କୋଙ୍କଣୀ ପରମ୍ପରା ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି । ସେହିପରି ଆଜି ମଧ୍ୟ ଉଭୟ ସିନ୍ଧ ପରମ୍ପରା ଅନୁଯାୟୀ ବିବାହ ହୋଇଛି, କାରଣ ରଣବୀର ହେଉଛନ୍ତି ସିନ୍ଧ ସମ୍ପ୍ରଦାୟର । ରଣବୀର ଓ ଦୀପିକାଙ୍କ ବିବାହ ପାଇଁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବିଲା ମଧ୍ୟକୁ ଅନ୍ୟ ବାହାର ଲୋକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି । ବିଲାକୁ ଏକ ନବବଧୂ ରୂପରେ ସଜାଯାଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତିନୋଟି ଅଲଗା ଅଲଗା ସ୍ତରରେ ସୁକ୍ଷା ବ୍ୟବସ୍ଥା କରାଯାଇଛି ।

ଦୀପିକା ଓ ରଣବୀରଙ୍କ ବିବାହ ପରେ ସୋସିଆଲ ଗଣମାଧ୍ୟମରେ ପ୍ରଥମ ଫଟୋ ଭାଇରାଲ ହେବଛି । ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଚଳଚ୍ଚିତ୍ର ପ୍ରଯୋଜକ କରଣ ଜୋହର ଟ୍ବଟ୍ ମାଧମରେ ଦୀପବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଟାଲିରୁ ଫେରିବା ପରେ ସେମାନଙ୍କର ଦୁଇଟି ବିବାହ ଭୋଜି ଅନୁଷ୍ଠିତ ହେବ । ପ୍ରଥମ ବିବାହ ଭୋଜି ଦୀପିକାଙ୍କ ମାତା-ପିତାଙ୍କ ପକ୍ଷରୁ ନଭେମ୍ବର ୧୪ରେ ବେଙ୍ଗାଲୁର ରେ ହେବ ଏବଂ ଦ୍ବିତୀୟ ଭୋଜି ନଭେମ୍ବର ୨୮ରେ ରଣବୀରଙ୍କ ମାତା ପିତାଙ୍କ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହେବ ।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିବାହରେ ବଲିଉଡର କେବଳ ଫରାହ ଖାନ୍ ଏବଂ ସଞ୍ଜୟ ଲୀଲା ଭଂସାଲୀ ଯୋଗ ଦେଇଛନ୍ତି । ମୁମ୍ବଇ ବିବାହ ଭୋଜିରେ ବଲିଉଡ ଜଗତର ସମସ୍ତ ଜଣାଶୁଣା କଳାକାର ଯୋଗ ଦେବେ ବୋଲି ଆଶା କରାଯାଉଛି । ଏକ ସୂତ୍ରରୁ ଜଣାପଡିଛି ଯେ, ଦୀପିକା ଓ ରଣବୀରଙ୍କ ବିବାହ ଭୋଜିରେ ସାମିଲ ହେବାକୁ ଥିବା ଅତିଥିମାନଙ୍କୁ ଏକ ନିବେଦନ କରାଯାଇଛି । ଉପହାର ପରିବର୍ତ୍ତେ ଏକ ଏନଜିଓ ସଂସ୍ଥାକୁ ଦାନ କରିବାକୁ ନିବେଦନ କରାଯାଇଛି । ସେହି ଏନଜିଓ ନାମ ହେଉଛି ‘ଦ ଲାଇଭ୍ ଲଭ୍ ଲାଫ୍ ଫାଉଣ୍ଡେଶନ’ ।

Leave A Reply