‘ଦୀପାବଳି’ର ମହତ୍ତ୍ୱ

0

ଦିପାବଳୀ ହିନ୍ଦୁମାନଙ୍କର ପର୍ବ ଅଟେ। ଏହାକୁ ଦିଓ୍ୱାଲୀ ମଧ୍ୟ କୁହାଯାଏ। ‘ଦିପାବଳୀ’ର ଅର୍ଥ ହେଉଛି ଦୀପମାନଙ୍କର ମାଳା । ଏହା ହେଉଛି ଆଲୋକ ପର୍ବ। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ। ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାର୍ଶ୍ବକୁ ଆଲୋକରେ ଆଲୋକିତ କରାଯାଇଥାଏ।
ଦିପାବଳୀ ପାଳନ କରିବାର ଏକ ମୁଖ୍ୟ କାରଣ ରହିଛି।
ଏହି ଦିନରେ ମା’ଭଗବତୀ, ମା’ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଧାର୍ମିକ ମହତ୍ୱ ଅନୁଯାୟୀ ଏହି ଦିନରେ ମା’ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ କ୍ଷୀରସାଗରରୁ ପ୍ରକଟ ହୋଇଥିଲେ। ତେଣୁ ଏହି ଦିନରେ ମା’ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ମା’ ସଭିଁଙ୍କ ଉପରେ କୃପା କରିଥାଆନ୍ତି। ଏତଦ୍ ବ୍ୟତୀତ ଏହି ଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମା’ସୀତା ଓ ଲକ୍ଷ୍ମଣଙ୍କ ସହ ୧୪ବର୍ଷର ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଖୁସିର ପ୍ରତୀକ ସ୍ୱରୂପରେ ଅଯୋଧ୍ୟା ବାସୀ ତେଲରେ ଦୀପ ଲଗାଇ ଆଲୋକତ୍ସବର ପାଳନ କରିଥିଲେ। ଏହି କାରଣରୁ ଏହାକୁ ଆଲୋକର ପର୍ବ ଭାବେ ପାଳନ କରାଯାଏ।
ଏହାକୁ ସଭିଏଁ ବେଶ ଆଗ୍ରହର ସହ ପାଳନ କରିବା ସହ ପରସ୍ପରକୁ ଶୁଭକାମନା ଜଣାଇଥାଆନ୍ତି। ଏହି ସମସ୍ତ କାରଣରୁ ଏହି ପର୍ବକୁ ଖୁବ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ।

ଆଲେଖ୍ୟ-ସସ୍ମିତା ମହାନ୍ତି

Leave A Reply