ଆଲୋକର ପର୍ବ ଦୀପାବଳି

0

ଭାରତବର୍ଷ ପର୍ବପର୍ବାଣୀର ଦେଶ ଅଟେ। ଏହି ପର୍ବ ଭାରତୀୟ ସଭ୍ୟତା – ସଂସ୍କୃତିର ମୁଖ୍ୟ ପର୍ବ ଅଟେ। ଏହାକୁ ଉତ୍ସାହ, ଉଲ୍ଲାସ, ଭାତୃତ୍ୱ ତଥା ପୂଜାର୍ଚ୍ଚନାର ପର୍ବ ଅଟେ। ଦିପାବଳୀର ୨କିମ୍ବା ୩ ଦିନ ପୂର୍ବରୁ ଘରକୁ ଭଲ ଭାବେ ସଫାସୁତରା କରାଯାଏ। ଘରକୁ ଖୁବ ସୁନ୍ଦର ଭାବେ ସଜାଯାଏ। ବଜାରରେ ବିଭିନ୍ନ ପ୍ରକାରର ମିଠାଦ୍ରବ୍ୟ ବିକ୍ରି ହୋଇଥାଏ।

ଏହି ଦିନରେ ସଭିଏଁ ନୂତନ ପୋଷାକ ଧାରଣ କରି ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ନେଇଥାଆନ୍ତି। ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସନ୍ଧ୍ୟା ହେବା ମାତ୍ରେ ଘରର ବିଭିନ୍ନ ସ୍ଥାନରେ , ଛାତରେ ଦୀପ କିମ୍ବା ମହମବତୀ ଲଗାଯାଇଥାଏ। ଫଳରେ ଚତୁଃପାର୍ଶ୍ବ ଆଲୋକିତ ହୋଇଯାଏ।

ସମସ୍ତେ ମିଠା ଖୁଆଇ ଶୁଭକାମନା ଜଣାଇଥାଆନ୍ତି। ପିଲା ଠାରୁ ବୟସ୍କମାନେ ସଭିଏଁ ଭିନ୍ନ ଭିନ୍ନ ପ୍ରକାରର ବାଣ ଫୁଟାଇଥାଆନ୍ତି। ବାଣର ବିଭିନ୍ନ ଆଲୋକରେ ଆକାଶ ରଙ୍ଗିନ ଦେଖାଯାଏ।

ଆଲେଖ୍ୟ-ସସ୍ମିତା ମହାନ୍ତି

Leave A Reply