ଦୀପାବଳି ଓ ଭଗବାନ୍‌ କୃଷ୍ଣ

0

ଆଲୋକର ପର୍ବ ଦୀପାବଳି । ପୁର ପଲ୍ଲୀରେ ସମେସ୍ତ ଦୀପାବଳି ପର୍ବ ବଡ ଧୁମଧାମରେ ପାଳନ କରିଥାଆନ୍ତି । ମିଠା ଓ ପିଠା ସହ ରଙ୍ଗ ବେରଙ୍ଗ ଆଲୋକ ମାଳ ଓ ବାଣ ଦୀପାବଳିର ମଜାକୁ ଦୁଇ ଗୁଣ କରିଥାଏ । ହେଲେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରେ ଆମେ ଦୀପାବଳି କାହିଁକି ପାଳନ କରୁ । କ’ଣ ରହିଛି ଏହା ପଛର କାରଣ ।

କିମ୍ବଦନ୍ତୀ ଅନୁଯାୟୀ ଦୀପାବଳି ଦିନ ଅଯୋଧ୍ୟାର ରାଜ ରାମ ଲଙ୍କାର ଅତ୍ୟାଚାରୀ ରାଜା ରାବଣଙ୍କୁ ବଦ୍ଧ କରି ଅଯୋଧ୍ୟାକୁ ଫେରିଥିଲେ । ରାମଙ୍କ ଫେରିବା ଖୁସିରେ ଦିପାବଳୀ ପର୍ବ ପାଳନ କରାଯାଏ । ହେଲେ ଦିପାବଳୀ ପାଳନର ଏହା ଗୋଟିଏ କାରଣ ନୁହେଁ । ଏଭଳି ଅନେକ ପୌରାଣିକ କାରଣ ରହିଛି ଯାହା ଦ୍ବାରା ଦେଶରେ ଦୀପାବଳି ପର୍ବ ଅତି ଆଡମ୍ବର ସହ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଐତିହାସିକ ଓ ପୌରାଣିକ କାରଣ ବିଷୟରେ-

ନରକାସୁରଙ୍କୁ ବଦ୍ଧ କରିଥିଲେ ଶ୍ରୀକୃଷ୍ଣ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ରାକ୍ଷାସ ନରକାସୁର ୧୬ ହଜାର ମହିଳାଙ୍କୁ ଅପହରଣ କରିନେଇଥିଲା । ଦୀପାବଳି ଦିନ ଭଗବାନ ଶ୍ରୀ କୃଷ୍ଣ ନରକାସୁରକୁ ବଦ୍ଧ କରି ସବୁ ମହିଳାଙ୍କୁ ମୁକ୍ତ କରିଥିଲେ । ସେହି ଦିନ ଠାରୁ କୃଷ୍ଣ ଭକ୍ତିଧାରା ଲୋକେ ଏହି ଦିନଟିକୁ ଦୀପାବଳି ଭାବରେ ପାଳନ କରନ୍ତି ।

ଆଲେଖ୍ୟ – ବୈଜୟନ୍ତୀ ନାୟକ

Leave A Reply